ପ୍ରଥମ ଶାମୁୟେଲ 25 : 1 (ORV)
ଅନନ୍ତର ଶାମୁୟେଲ ମଲେ; ତହୁଁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ । ପୁଣି ଦାଉଦ ଉଠି ପାରଣ୍ ପ୍ରାନ୍ତରକୁ⇧ ଗଲେ ।
ପ୍ରଥମ ଶାମୁୟେଲ 25 : 2 (ORV)
ସେହି ସମୟରେ ମାୟୋନସ୍ଥିତ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲା; ସେ ଅତି ବଡ଼ ଲୋକ ଓ ତାହାର ତିନି ସହସ୍ର ମେଷ ଓ ଏକ ସହସ୍ର ଛାଗୀ ଥିଲେ; ପୁଣି ସେ କର୍ମିଲରେ ଆପଣା ମେଷଲୋମ ଛେଦନ କରୁଥିଲା ।
ପ୍ରଥମ ଶାମୁୟେଲ 25 : 3 (ORV)
ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବୀଗଲ; ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ; ମାତ୍ର ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ୍ ବଂଶଜ ଥିଲା ।
ପ୍ରଥମ ଶାମୁୟେଲ 25 : 4 (ORV)
ଆଉ ନାବଲ ଆପଣା ମେଷର ଲୋମଛେଦନ କରୁଅଛି ବୋଲି ଦାଉଦ ପ୍ରାନ୍ତରରେ ଶୁଣିଲେ ।
ପ୍ରଥମ ଶାମୁୟେଲ 25 : 5 (ORV)
ତହିଁରେ ଦାଉଦ ଦଶ ଜଣ ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, ତୁମ୍ଭେମାନେ କର୍ମିଲକୁ ଉଠି ନାବଲ କତିକି ଯାଅ ଓ ମୋହର ନାମରେ ତାହାକୁ ନମସ୍କାର ଜଣାଅ ।
ପ୍ରଥମ ଶାମୁୟେଲ 25 : 6 (ORV)
ପୁଣି ତାହାକୁ ଏପରି କୁହ, ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ଓ ତୁମ୍ଭ ସର୍ବସ୍ଵର ମଙ୍ଗଳ ହେଉ ।
ପ୍ରଥମ ଶାମୁୟେଲ 25 : 7 (ORV)
ଆମ୍ଭେ ଶୁଣିଲୁ, ତୁମ୍ଭର ଲୋମଛେଦକମାନେ ଅଛନ୍ତି; ତୁମ୍ଭର ମେଷପାଳକମାନେ ଏବେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଆମ୍ଭେମାନେ ସେମାନଙ୍କର କୌଣସି ଅପକାର କରି ନାହୁଁ, କିଅବା କର୍ମିଲରେ ଥିବା ସମୟଯାକ ସେମାନଙ୍କର କିଛି ହଜି ନାହିଁ ।
ପ୍ରଥମ ଶାମୁୟେଲ 25 : 8 (ORV)
ତୁମ୍ଭେ ଆପଣା ଯୁବାମାନଙ୍କୁ ପଚାର, ସେମାନେ କହିବେ; ଏହେତୁ ଏହି ଯୁବାମାନେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଉନ୍ତୁ; କାରଣ ଆମ୍ଭେମାନେ ଶୁଭ ଦିନରେ ଆସିଅଛୁ । ବିନୟ କରୁଅଛୁ, ତୁମ୍ଭ ହସ୍ତରେ ଯାହା ଆସେ, ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ ।
ପ୍ରଥମ ଶାମୁୟେଲ 25 : 9 (ORV)
ତହୁଁ ଦାଉଦଙ୍କର ଯୁବାମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହି କ୍ଷା; ହେଲେ ।
ପ୍ରଥମ ଶାମୁୟେଲ 25 : 10 (ORV)
ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି ।
ପ୍ରଥମ ଶାମୁୟେଲ 25 : 11 (ORV)
ତେବେ ମୁଁ କʼଣ ଆପଣା ରୋଟୀ ଓ ଆପଣା ଜଳ ଓ ଆପଣା ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁଆଡ଼ର ଅଜ୍ଞାତ ଲୋକମାନଙ୍କୁ ଦେବି?
ପ୍ରଥମ ଶାମୁୟେଲ 25 : 12 (ORV)
ତହୁଁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରି ଗଲେ ଓ ତାଙ୍କ ନିକଟକୁ ଆସି ସେହିସବୁ କଥା ତାଙ୍କୁ ଜଣାଇଲେ ।
ପ୍ରଥମ ଶାମୁୟେଲ 25 : 13 (ORV)
ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ଼୍‍ଗ ବାନ୍ଧ । ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ଼୍‍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ଼୍‍ଗ ବାନ୍ଧିଲେ; ତହୁଁ ଦାଉଦଙ୍କର ପଛରେ ଊଣାଧିକ ଚାରି ଶହ ଲୋକ ଗମନ କଲେ; ପୁଣି ଦୁଇ ଶହ ଲୋକ ସାମଗ୍ରୀ ପାଖରେ ରହିଲେ ।
ପ୍ରଥମ ଶାମୁୟେଲ 25 : 14 (ORV)
ଏଥି ମଧ୍ୟରେ ଯୁବାମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବୀଗଲକୁ ଜଣାଇ କହିଲା, ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ପ୍ରାନ୍ତରରୁ ଦୂତମାନଙ୍କୁ ପଠାଇଥିଲେ, ତହିଁରେ ସେ ସେମାନଙ୍କୁ ଖାଇ ଗୋଡ଼ାଇଲେ ।
ପ୍ରଥମ ଶାମୁୟେଲ 25 : 15 (ORV)
ମାତ୍ର ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ପୁଣି ଆମ୍ଭେମାନେ କ୍ଷେତ୍ରରେ ସେମାନଙ୍କ ସଙ୍ଗେ ଥିବାଯାଏ ଆମ୍ଭମାନଙ୍କର କୌଣସି ଅପକାର ହୋଇ ନାହିଁ, କି ଆମ୍ଭେମାନେ କିଛି ହରାଇ ନାହୁଁ।
ପ୍ରଥମ ଶାମୁୟେଲ 25 : 16 (ORV)
ଆମ୍ଭେମାନେ ସେମାନଙ୍କ ସଙ୍ଗେ ମେଷ ଜଗିବାର ସମୟଯାକ ସେମାନେ ରାତ୍ରିରେ ଓ ଦିନରେ ଆମ୍ଭମାନଙ୍କ ପ୍ରତି ପ୍ରାଚୀର ସ୍ଵରୂପ ଥିଲେ ।
ପ୍ରଥମ ଶାମୁୟେଲ 25 : 17 (ORV)
ଏହେତୁ ଏବେ ତୁମ୍ଭର କି କର୍ତ୍ତବ୍ୟ, ଏହା ବିବେଚନା କରି ବୁଝ; କାରଣ ଆମ୍ଭମାନଙ୍କ କର୍ତ୍ତା ଓ ତାଙ୍କର ସମସ୍ତ ଗୃହ ପ୍ରତିକୂଳରେ ଅମଙ୍ଗଳ ସ୍ଥିର ହୋଇଅଛି; ମାତ୍ର ସେ ଏପରି ପାପାଧନ ସନ୍ତାନ ଯେ, ତାଙ୍କୁ କେହି କିଛି କହି ନ ପାରେ ।
ପ୍ରଥମ ଶାମୁୟେଲ 25 : 18 (ORV)
ତହୁଁ ଅବୀଗଲ ଶୀଘ୍ର ଦୁଇ ଶହ ରୋଟୀ ଓ ଦୁଇ କୁମ୍ପା ଦ୍ରାକ୍ଷାରସ ଓ ପାଞ୍ଚଟି କଟା ମେଷ ଓ ପାଞ୍ଚ ଗଉଣୀ ଭଜା ଶସ୍ୟ ଓ ଶହେ ପେଣ୍ତା ଦ୍ରାକ୍ଷାଫଳ ଓ ଦୁଇ ଶହ ଡିମିରିଚକ୍ତି ନେଇ ଗଧମାନଙ୍କ ଉପରେ ନଦିଲା ।
ପ୍ରଥମ ଶାମୁୟେଲ 25 : 19 (ORV)
ପୁଣି ସେ ଆପଣା ଯୁବାମାନଙ୍କୁ କହିଲା, ମୋହର ଆଗେ ଆଗେ ଚାଲ; ଦେଖ, ମୁଁ ତୁମ୍ଭମାନଙ୍କ ପଛେ ପଛେ ଯାଉଅଛି । ମାତ୍ର ସେ ଆପଣା ସ୍ଵାମୀ ନାବଲକୁ ଏହା ଜଣାଇଲା ନାହିଁ ।
ପ୍ରଥମ ଶାମୁୟେଲ 25 : 20 (ORV)
ଏରୂପେ ସେ ଗର୍ଦ୍ଦଭ ଉପରେ ଚଢ଼ି ପର୍ବତ ଉହାଡ଼ ନିକଟକୁ ଆସନ୍ତେ, ଦେଖ, ଦାଉଦ ଓ ତାଙ୍କର ଲୋକମାନେ ଅବୀଗଲ ସମ୍ମୁଖରେ ଉପସ୍ଥିତ ହେଲେ ଓ ସେ ସେମାନଙ୍କୁ ଭେଟିଲା ।
ପ୍ରଥମ ଶାମୁୟେଲ 25 : 21 (ORV)
ପୂର୍ବରେ ଦାଉଦ କହିଥିଲେ, ମୁଁ ଏଇଟାର ପ୍ରାନ୍ତରରେ ଥିବା ଦ୍ରବ୍ୟସବୁ ଖାଲି ମିଛରେ ଜଗିଲି, ଏହାର ସବୁ ଦ୍ରବ୍ୟରୁ କିଛି ହରଣ ହୋଇ ନାହିଁ; ମାତ୍ର ସେ ଭଲ ପାଲଟେ ମୋର ମନ୍ଦ କରିଅଛି ।
ପ୍ରଥମ ଶାମୁୟେଲ 25 : 22 (ORV)
ଏହାର ଯାହା କିଛି ଅଛି, ସେସବୁ ମଧ୍ୟରୁ ଯେବେ ସକାଳ ଆଲୁଅ ପର୍ଯ୍ୟନ୍ତ ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ରଖେ, ତେବେ ସଦାପ୍ରଭୁ ଦାଉଦଙ୍କର ଶତ୍ରୁମାନଙ୍କୁ ସେହି ଦଣ୍ତ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ ।
ପ୍ରଥମ ଶାମୁୟେଲ 25 : 23 (ORV)
ଏଣୁ ଅବୀଗଲ ଦାଉଦଙ୍କୁ ଦେଖନ୍ତେ, ଶୀଘ୍ର ଗର୍ଦ୍ଦଭରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ଭୂମିଷ୍ଠ ପ୍ରଣାମ କଲା ।
ପ୍ରଥମ ଶାମୁୟେଲ 25 : 24 (ORV)
ପୁଣି ତାଙ୍କ ଚରଣରେ ପଡ଼ି କହିଲା, ହେ ମୋହର ପ୍ରଭୋ, ମୋʼ ଉପରେ, ମୋହର ଉପରେ ହିଁ ସେହି ଅପରାଧ ବର୍ତ୍ତୁ; ଆପଣା ଦାସୀକି ଆପଣଙ୍କ କର୍ଣ୍ଣଗୋଚରରେ କହିବାକୁ ଦେଉନ୍ତୁ ଓ ଆପଣା ଦାସୀର କଥା ଆପଣ ଶୁଣନ୍ତୁ ।
ପ୍ରଥମ ଶାମୁୟେଲ 25 : 25 (ORV)
ବିନୟ କରୁଅଛି, ମୋହର ପ୍ରଭୋ, ସେହି ପାପାଧମ ମନୁଷ୍ୟ ନାବଲକୁ ମନରେ ନ କରନ୍ତୁ; କାରଣ ତାହାର ନାମ ଯେପରି, ସେ ସେପରି; ତାହାର ନାମ ନାବଲ (ମୂଢ଼) ଓ ମୂଢ଼ତା ତାହାଠାରେ ଅଛି; ମାତ୍ର ଆପଣଙ୍କ ଏହି ଦାସୀ ମୋହର ପ୍ରଭୁଙ୍କ ପ୍ରେରିତ ଯୁବାମାନଙ୍କୁ ଦେଖି ନାହିଁ ।
ପ୍ରଥମ ଶାମୁୟେଲ 25 : 26 (ORV)
ହେ ମୋହର ପ୍ରଭୋ, ସଦାପ୍ରଭୁ ତ ଆପଣଙ୍କୁ ରକ୍ତପାତ ଦୋଷରୁ ଓ ଆପଣଙ୍କ ନିଜ ହସ୍ତରେ ଆତ୍ମ-ପ୍ରତିକାର କରିବାରୁ ବାରଣ କଲେ, ଏହେତୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ଆପଣଙ୍କ ଶତ୍ରୁମାନେ ଓ ମୋର ପ୍ରଭୁଙ୍କ ଅମଙ୍ଗଳ ଅନ୍ଵେଷଣକାରୀମାନେ ନାବଲ ପରି ହେଉନ୍ତୁ ।
ପ୍ରଥମ ଶାମୁୟେଲ 25 : 27 (ORV)
ଏଣୁ ଆପଣଙ୍କ ଦାସୀ ମୋର ପ୍ରଭୁଙ୍କ ନିକଟକୁ ଯେଉଁ ଭେଟୀ ଆଣିଅଛି, ତାହା ମୋର ପ୍ରଭୁଙ୍କ ଅନୁଗାମୀ ଯୁବାମାନଙ୍କୁ ଦିଆଯାଉ ।
ପ୍ରଥମ ଶାମୁୟେଲ 25 : 28 (ORV)
ବିନୟ କରୁଅଛି, ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ; ମୋର ପ୍ରଭୁ ସଦାପ୍ରଭୁଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି, ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜ୍ଜୀବନ ଆପଣଙ୍କଠାରେ ମନ୍ଦତା ଦେଖା ନ ଯିବ⇧ ।
ପ୍ରଥମ ଶାମୁୟେଲ 25 : 29 (ORV)
ପୁଣି ମନୁଷ୍ୟ ଆପଣଙ୍କୁ ତାଡ଼ନା କରିବାକୁ ଓ ଆପଣଙ୍କ ପ୍ରାଣ ନେବାକୁ ଉଠିଲେ ହେଁ ସଦାପ୍ରଭୁ ଆପଣଙ୍କ ପରମେଶ୍ଵରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନରୂପ ଗଣ୍ଠିରୀରେ ଗଣ୍ଠି ପଡ଼ି ରହିବ; ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀଖୋଲରୁ ଫିଙ୍ଗିଦେଲା ପରି ଫିଙ୍ଗି ଦେବେ ।
ପ୍ରଥମ ଶାମୁୟେଲ 25 : 30 (ORV)
ସଦାପ୍ରଭୁ ଆପଣଙ୍କ ବିଷୟରେ ଯେସମସ୍ତ ମଙ୍ଗଳ କଥା କହିଅଛନ୍ତି, ତାହା ଯେତେବେଳେ ସେ ମୋର ପ୍ରଭୁଙ୍କ ପ୍ରତି ସଫଳ କରି ଆପଣଙ୍କୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ,
ପ୍ରଥମ ଶାମୁୟେଲ 25 : 31 (ORV)
ସେତେବେଳେ ଆପଣ ଅକାରଣରେ ରକ୍ତପାତ କଲେ, କିଅବା ମୋର ପ୍ରଭୁ ନିଜେ ଆତ୍ମ-ପ୍ରତିକାର କଲେ ବୋଲି ଆପଣଙ୍କର ବିଘ୍ନ କି ହୃଦୟର ବ୍ୟସ୍ତତା ଜନ୍ମିବ ନାହିଁ; ମାତ୍ର ସଦାପ୍ରଭୁ ମୋର ପ୍ରଭୁଙ୍କ ମଙ୍ଗଳ କରିବା ବେଳେ ଆପଣଙ୍କର ଏହି ଦାସୀକି ସ୍ମରଣ କରିବେ ।
ପ୍ରଥମ ଶାମୁୟେଲ 25 : 32 (ORV)
ଏଥିରେ ଦାଉଦ ଅବୀଗଲକୁ କହିଲେ, ଆଜି ଯେ ମୋʼ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଧନ୍ୟ ହେଉନ୍ତୁ;
ପ୍ରଥମ ଶାମୁୟେଲ 25 : 33 (ORV)
ପୁଣି ତୁମ୍ଭର ସୁବିଚାର ଧନ୍ୟ ହେଉ ଓ ଆଜି ମୋତେ ରକ୍ତପାତ ଦୋଷରୁ ଓ ମୋର ନିଜ ହସ୍ତରେ ଆତ୍ମ-ପ୍ରତିକାରରୁ ନିବୃତ୍ତ କଲ ଯେ ତୁମ୍ଭେ, ତୁମ୍ଭେ ଧନ୍ୟ ହୁଅ ।
ପ୍ରଥମ ଶାମୁୟେଲ 25 : 34 (ORV)
କାରଣ ତୁମ୍ଭକୁ ହିଂସା କରିବାରୁ ମୋତେ ବାରଣ କଲେ ଯେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର, ତାହାଙ୍କର ଜୀବିତ ଥିବା ପ୍ରମାଣେ ଏହା ସତ୍ୟ ଯେ, ତୁମ୍ଭେ ଶୀଘ୍ର ମୋତେ ଭେଟିବା ପାଇଁ ଆସି ନ ଥିଲେ, ସକାଳ ଆଲୁଅ ବେଳକୁ ନାବଲର ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ନ ଥାʼନ୍ତା ।
ପ୍ରଥମ ଶାମୁୟେଲ 25 : 35 (ORV)
ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାହାକୁ କହିଲେ, କୁଶଳରେ ଆପଣା ଗୃହକୁ ଯାଅ; ଦେଖ, ମୁଁ ତୁମ୍ଭ ରବ ଶୁଣିଲି ଓ ତୁମ୍ଭକୁ ଗ୍ରାହ୍ୟ କଲି ।
ପ୍ରଥମ ଶାମୁୟେଲ 25 : 36 (ORV)
ଏଉତ୍ତାରେ ଅବୀଗଲ ନାବଲ ନିକଟକୁ ଆସିଲା, ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା; ପୁଣି ନାବଲ ଅତିଶୟ ମତ୍ତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲାନ୍ତଏହେତୁ ସକାଳ ଆଲୁଅ ପର୍ଯ୍ୟନ୍ତ ଅବୀଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣାଇଲା ନାହିଁ ।
ପ୍ରଥମ ଶାମୁୟେଲ 25 : 37 (ORV)
ମାତ୍ର ପ୍ରାତଃକାଳରେ ନାବଲର ମତ୍ତତା ତୁଟନ୍ତେ, ତାହାର ଭାର୍ଯ୍ୟା ତାହାକୁ ସେହିସବୁ କଥା ଜଣାଇଲା; ତହିଁରେ ତାହାର ହୃଦୟ ତାହା ଅନ୍ତରରେ ମରିଗଲା ଓ ସେ ପଥର ପରି ହୋଇଗଲା ।
ପ୍ରଥମ ଶାମୁୟେଲ 25 : 38 (ORV)
ଅନନ୍ତର ଊଣାଧିକ ଦଶ ଦିନ ଉତ୍ତାରେ ସଦାପ୍ରଭୁ ନାବଲକୁ ଆଘାତ କରନ୍ତେ, ସେ ମଲା ।
ପ୍ରଥମ ଶାମୁୟେଲ 25 : 39 (ORV)
ଏଉତ୍ତାରେ ନାବଲ ମରିଅଛି, ଏହା ଦାଉଦ ଶୁଣି କହିଲେ, ନାବଲ ହସ୍ତରୁ ମୋହର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣା ଦାସକୁ ମନ୍ଦ କର୍ମରୁ ନିବୃତ୍ତ କଲେ ଯେ ସଦାପ୍ରଭୁ, ସେ ଧନ୍ୟ ହେଉନ୍ତୁ; ଆଉ ସଦାପ୍ରଭୁ ନାବଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇଅଛନ୍ତି । ଏଉତ୍ତାରେ ଦାଉଦ ଅବୀଗଲକୁ ବିବାହ କରିବା ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠାଇଲେ ।
ପ୍ରଥମ ଶାମୁୟେଲ 25 : 40 (ORV)
ତହୁଁ ଦାଉଦଙ୍କର ଦାସମାନେ କର୍ମିଲକୁ; ଅବୀଗଲ କତିକି ଆସି ତାହାକୁ କହିଲେ, ଦାଉଦ ତୁମ୍ଭକୁ ବିବାହ କରିବା ପାଇଁ ତାଙ୍କ ନିକଟକୁ ନେବାକୁ ଆମ୍ଭମାନଙ୍କୁ ତୁମ୍ଭ କତିକି ପଠାଇଅଛନ୍ତି ।
ପ୍ରଥମ ଶାମୁୟେଲ 25 : 41 (ORV)
ଏଥିରେ ସେ ଉଠି ଭୂମିଷ୍ଠ ପ୍ରଣାମ କରି କହିଲା, ଦେଖ, ତୁମ୍ଭ ଦାସୀ ମୋହର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ଦାସୀ ।
ପ୍ରଥମ ଶାମୁୟେଲ 25 : 42 (ORV)
ତହୁଁ ଅବୀଗଲ ନିଜର ପାଞ୍ଚ ଅନୁଚରୀ ଯୁବତୀଙ୍କି ସଂଗେ ଘେନି ଶୀଘ୍ର ଉଠି ଗର୍ଦ୍ଦଭ ଉପରେ ଆରୋହଣ କଲା; ପୁଣି ସେ ଦାଉଦଙ୍କର ଦୂତମାନଙ୍କ ପଶ୍ଚାଦ୍ଗମନ କରି ତାଙ୍କର ଭାର୍ଯ୍ୟା ହେଲା ।
ପ୍ରଥମ ଶାମୁୟେଲ 25 : 43 (ORV)
ମଧ୍ୟ ଦାଉଦ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ; ତହିଁରେ ସେ ଦୁହେଁ ତାଙ୍କର ଭାର୍ଯ୍ୟା ହେଲେ ।
ପ୍ରଥମ ଶାମୁୟେଲ 25 : 44 (ORV)
ମାତ୍ର ଶାଉଲ ଆପଣା ମୀଖଲ ନାମ୍ନୀ କନ୍ୟା ଦାଉଦଙ୍କର ଭାର୍ଯ୍ୟାକୁ ଗଲିମ୍ ନିବାସୀ ଲୟିଶର ପୁତ୍ର ପଲ୍ଟିକି ଦେଇଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44

BG:

Opacity:

Color:


Size:


Font: